lika

ଚାବରିପାଲି ଗାଁରେ ଅଭାବନୀୟ ଘଟଣା, ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ

gbag

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗ୍ରାମରେ ଜ୍ୱାଇଁଙ୍କୁ ଶ୍ଵଶୁର ଘର ଲୋକେ ପିଟି ପିଟି ମାରିଦେବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ଜରି ବସ୍ତାରେ ଭର୍ତ୍ତି କରାଯାଇଥିବା ମୃତକ ରୁଦ୍ରମଣି ମେହେର(୩୫)ଙ୍କ ଶବ ଓ ଏକ ଭେନ୍‌କୁ ଜବତ କରି ଖପ୍ରାଖୋଲ ଥାନାକୁ ଆଣିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡାର ରୁଦ୍ରମଣି ମେହେର ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗ୍ରାମର ଉଦ୍ଧବ ମେହେରଙ୍କ ଝିଅ ସରୋଜିନୀ ମେହେରଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ । ଗୋଟିଏ ବର୍ଷ ହେବ ମୃତକ ରୁଦ୍ରମଣି ତାଙ୍କର ପରିବାର ସହ ଶ୍ୱଶୁର ଘର ଚାବରିପାଲିରେ ରହୁଥିଲେ । ତାଙ୍କର ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ଗତ ବୁଧବାର ଦିନ ଗାଁରେ ହୋଲି ଖେଳ ଚାଲୁଥିବା ସମୟରେ ରୁଦ୍ରମଣି ମେହେର ତାଙ୍କର ଶ୍ୱଶୁର ଘର ଲୋକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ରୁଦ୍ରମଣିଙ୍କୁ ନିସ୍ତୁକ ମାଡ ମାରି ଏକ ଘରେ ବନ୍ଦ କରିଦେଇ ସମସ୍ତ ପରିବାର ପାଟଣାଗଡ଼ରେ ଏକ ବିବାହ ଘରକୁ ଯୋଗ ଦେବାକୁ ଯାଇଥିଲେ । ପାଟଣାଗଡ଼ରୁ ରାତିରେ ମୃତକଙ୍କ ଶ୍ୱଶୁର ଓ ଶଳା ଘରକୁ ଫେରି ମୃତକ ରୁଦ୍ରମଣିଙ୍କ ଶବକୁ ଗୋଟିଏ ଜରି ବସ୍ତାରେ ଭରି ଏକ ଭେନ୍‌ ଗାଡି ନମ୍ବର ଓଡି ୦୩ ଏକ୍ସ ୭୦୦୬ରେ ଲଦି ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ମାଡି ବସି ଗାଡି ଓ ଶବକୁ ଜବତ କରି ଘଟଣାସ୍ଥଳରୁ ଶ୍ୱଶୁର ଉଦ୍ଧବ ମେହେର ଓ ଶଳା ସୁନୀଲ କୁମାର ମେହେରଙ୍କୁ ଥାନାକୁ ଆଣିଥିବା ବେଳେ ପାଟଣାଗଡ଼କୁ ଯାଇଥିବା ପରିବାରର ଅନ୍ୟ ତିନିଜଣ ସଦସ୍ୟ ମୃତକର ସ୍ତ୍ରୀ ସରୋଜିନୀ ମେହେର, ଶାଶୁ ବନାଲତା ମେହେର ଓ ଶଳା ଅନିରୁଦ୍ଧ ମେହେରଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

sandip
Leave A Reply

Your email address will not be published.