lika

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅମଲା ଭବନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୀମଭୋଇ ମେଡିକାଲ କଲେଜ ତଥା ହସ୍‌ପିଟାଲ ବଲାଙ୍ଗିର ଅଧ୍ୟକ୍ଷା ମାନସୀ ପଣ୍ଡା ଏବଂ ଏସ୍‌ବିଆଇ ବଲାଙ୍ଗିର ମୁଖ୍ୟ ପରିଚାଳକ ସତ୍ୟନାରାୟଣ ମାଝି ଅତିଥି ଭାବରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ସଂଘର ସାଧାରଣ ସଂପାଦକ ମଲିଆ ଗଡୁଆ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହା ପରେ ୮୦ ବର୍ଷ ବୟସରୁ ଅଧିକ ହୋଇଥିବା ବରିଷ୍ଠ ସଭ୍ୟ ଧିରେନ୍ଦ୍ର କୁମାର ସାହୁ କଲେଜ ଛକ, ରଘୁନାଥ ମିଶ୍ର ସାଗରପଡା, ବିଶେଶ୍ୱର ପୂଜାରୀ ରୁଗୁଡିପଡା, ଦୀବବନ୍ଧୁ ପୁରୋହିତ ମାଲପଡା, ନୀଳମଣୀ ମିଶ୍ର ଟିକ୍ରାପଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତା’ପରେ ସଂଘର ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବିନୋଦ ବିହାରୀ ମିଶ୍ର ଶାନ୍ତିପଡା ନିଜର ବକ୍ତବ୍ୟ ମାଧ୍ୟମରେ ଅନେକ ଗୁଡାଏ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସଂଘ ବର୍ତ୍ତମାନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ । ଆଜିକାର ସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଆସନ୍ତା ଜୁନ୍‌ ମାସରେ ପରବର୍ତ୍ତୀ ସାଧାରଣ ବୈଠକ ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିକାର ସଭାରେ ପର୍ଶୁରାମ ନାୟକ ଓ ପ୍ରସନ୍ନ କୁମାର ମିଶ୍ର ଉପସଭାପତି, ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, କାର୍ଯ୍ୟକାରିଣୀ ସଭ୍ୟ ଗୋପବନ୍ଧୁ ପୁରୋହିତ, ପ୍ରଦୀପ କୁମାର ସାହୁ, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ପୂର୍ଣ୍ଣଚନ୍ଦ୍ର ଦାଶ, ରଘୁନାଥ ମିଶ୍ର ଏବଂ ସଂଘର ଉପଦେଷ୍ଟା ସତ୍ୟବନ୍ତ ବେଦବାକ, ନିଳମଣୀ ମିଶ୍ର ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ପୁରୁଷୋତ୍ତମ ପଣ୍ଡା ଯୁଗ୍ମ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.