ହାତୀ ଆକ୍ରମଣରେ ଯୁବକ ମୃତ

ବସ୍ତା : ହାତୀ ଆକ୍ରମଣରେ ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ପତ୍ରଝଡା ପଞ୍ଚାୟତ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ଘଟିଛି । ମୃତ ଯୁବକଙ୍କ ନାମ ଭୋଳା ରାମ (୫୦) । ସୂଚନା ମୁତାବକ, ଶୁକ୍ରବାର ଭୋର ସମୟର ଭେଳା ଘରୁ ବାହାରକୁ ଆସି ହାତୀ ହାବୁଡରେ ପଡି ଯାଇଥିଲେ । ଫଳରେ ହାତୀ ତାଙ୍କୁ କଚାଡି ମାରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି । ଅନ୍ୟପଟେ ମୟୂରଭଞ୍ଜ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.