oom

ବଲାଙ୍ଗିର ସଦର ବ୍ଲକର ଜିପିଓ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା ବ୍ଲକ ପରିସରରେ ଜ୍ଞାପନ କରାଯାଇଛି । ଶ୍ରୀ ଦାସ ୩୭ବର୍ଷ ନିଷ୍ଟା ସହିତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ । ତାଙ୍କର କାର୍ଯ୍ୟ ମୁରିବାହାଲ, ଗୁଡଭେଲା, ପୁଇଁନ୍ତଲା, ଖପ୍ରୋଖୋଲ, ବଲାଙ୍ଗିରରେ ଏସିଓ ଓ ପିଏ ଭାବରେ କାମ କରିଥିଲେ । ୨୦୨୦ରେ ଜିପିଓକୁ ପଦୋନ୍ନତି ପାଇ ଟିଟିଲାଗଡ ଓ ପରେ ୨୧-୨୩ ରେ ବଲାଙ୍ଗିର ବ୍ଲକରେ କାର୍ଯ୍ୟ ସୁଚାରୁ ରୂପେ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସରିତ ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଓ ଘାସିରାମ ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଇପସିତା ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ କୁମାର ମିଶ୍ର ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ସମସ୍ତ ବ୍ଲକ୍ କ୍ରମଚାରୀ ସହିତ, ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.