jayashree

ମହାଶକ୍ତି ଫାଉଣ୍ଡେସନ ତରଫରୁ ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  • ଯୋଗ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ଦେଢ଼ସୁଲି, କୁବେନ୍‌ଗଡ, ସାଲେପାଲି ଓ ବାରବନ୍ଧା ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟାମାନଙ୍କ ତାଲିମର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ତିନୋଟି ଗ୍ରାମ ପଞ୍ଚାୟତର ୩୨ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ନିଜ ନିଜ ୱାର୍ଡ ଓ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦେବେ । ମୁଖ୍ୟ ଅତିଥି ପ୍ରତିଭାଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ତାଲିମଦାତା ଭାବେ ସଞ୍ଜୀବ ଶତପଥୀ ଓ ଦେବାଶିଷ ମହାପାତ୍ର ତିନି ଦିନ ତାଲିମ ପ୍ରଦାନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିବା ସହିତ ଟ୍ରେନିଂ ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମମିତା ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ, ଉତ୍କଳ ଓ ବଂଶୀଧର ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.