jsm

ବ୍ୟାଙ୍କ କର୍ମଚାରୀ ନେତା ସାଥୀ ଅରୁଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ବାଗାନ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ରାଉରକେଲା ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସାଥୀ ଅରୁଣ ଦାସଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାଥୀ ଦାସ ୨୬/୦୨/୨୩ରେ ବାଙ୍ଗାଲୋରରେ ଚିକିତ୍ସାଧିନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେ ସମନ୍ୱୟ ସମିତିର ସଭାପତି, ୟୁବିଆଇଇଏର ପୂର୍ବତନ ସଭାପତି ତଥା ନିଖିଳ ଓଡିଶା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ସଂଘର ସମ୍ମାନିତ ସଦସ୍ୟ ଥିଲେ । ସାଥୀ ପଶୁପତି ନାଥ ଚାଟାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ସାଥୀ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧା ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାଥୀ ଜେ ପି ସିଂ, ସାଥୀ ଶୁଭକାନ୍ତ ବୋଇତି, ସାଥୀ ସଙ୍ଗୀତା ମହାନ୍ତି, ସାଥୀ ଚନ୍ଦ୍ରମଣି ମାଝୀ, ସାଥୀ ମହମ୍ମଦ ୟୁନୁସ, ସାଥୀ ସିଦ୍ଧାର୍ଥ କାନୁନଗୋ, ସାଥୀ ରାହୁଲ ବରୁଆ, ସାଥୀ ଅବିନାଶ କୁମାର ପ୍ରମୁଖ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଭାପତି ଶ୍ରୀ ଚାଟାର୍ଜୀ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ୟୁବିଆଇଇଏ ଅନ୍ୟତମ ପୂର୍ବତନ ସଭାପତି ସାଥୀ ଦେବ ନାୟକଙ୍କ ପ୍ରେରିତ ଶ୍ରଦ୍ଧା ବାର୍ତ୍ତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଦାସ, ସଜନ ପତି, ପରେଶ ବିଶ୍ଵାଳ, ଶିବ ବଡାଇକ, ବିକ୍ତା ଧୋବିଗାରୁଡ଼ି, ଶୁକ୍ରୁ ସୋରେନ, ସୁଭାଷ ପାଲ, ଅଞ୍ଜଳି କିସପଟ୍ଟା, ମମତା ମହାନ୍ତି, ରବୀନ୍ଦ୍ର ଗୌଡ଼, ମହେନ୍ଦ୍ର ନାଏକ, ଏନି କେରକେଟା, ସୁରେଶ କିଶାନ, ମନିଷା ଟୋପ୍ପୋ, ପୁନମ ତିର୍କି, ଏଲିଜାବେଥ ଲାକ୍ରା, ସନ୍ତୋଷିନୀ ସୋରେନ, ଶୁଭେନ୍ଦ୍ର ପରିଡ଼ା, ଅର୍ଣ୍ଣବ ଚୌଧୁରୀ, ଧ୍ରୁବ ଚରଣ ବାରା ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.