oom

ଗ୍ୟାସ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ମହାକୁଡ଼ପାଲିର ବର ପରିବାର

jsmm

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାକୁଡ଼ପାଲି ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ ସମୟରେ ଶିବ ଦନାୟକ ପୁଅଙ୍କ ବିବାହ ପ୍ରସ୍ତୁତି ପାଇଁ ମିଠା ସାମଗ୍ରୀ ବନାଉଥିବା ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ପରିବାର ଲୋକ ବିଭିନ୍ନ ଚେଷ୍ଟା କଲା ପରେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା । ନିଆଁ ବଢ଼ି ବଢ଼ି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ ବୌଦ୍ଧ ଦମକଳ ବାହିନୀ ଖବର ପାଇ ଅଗ୍ନିଶମ ବାହିନୀର ମୁଖ୍ୟପାତ୍ର ପରମାନନ୍ଦ ଲେଙ୍କାଙ୍କ ତତ୍ଵାବଧାନରେ ତାଙ୍କ ସହକର୍ମୀ ତପନ ଗୌଡ଼, ହାବିଲଦାର ଅର୍ଜୁନ ନାୟକ, ଗୋବର୍ଦ୍ଧନ ବେହେରା, ପ୍ରଦୀପ୍ତ ସ୍ୱାଇଁ. ନିରାକାର ବେହେରା ପ୍ରମୁଖ ନିଆଁକୁ ଆୟତ୍ତ କରିଥିଲେ । ପରିବାରର କୌଣସି କ୍ଷତି ହୋଇନାହିଁ ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.