jsm

ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣା : ଜଣେ ଗିରଫ ଏବଂ କୋର୍ଟ ଚାଲାଣ, ଦୁଇ ଜଣ ଫେରାର

csstore

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ଲାଠୋର ଗ୍ରାମର ଖଇରାପଡାର ମାନସ ରଣା ଏବଂ ତୃତୀୟ ଅଭିଯୁକ୍ତର ପରିଚୟ ମିଳିପାରି ନଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟକୁ ଫରୱାର୍ଡ଼ କରାଯାଇଥିବା ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ନକଲି ନୋଟ କାରବାରରେ ଆହୁରି ବହୁତ ଲୋକ ସାମିଲ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତା’ପାଖରୁ ନକଲି ପାଞ୍ଚଶହ ଟଙ୍କିଆ ନୋଟ ଆଠଟି, ଦୁଇଶହ ଟଙ୍କିଆ ନୋଟ ସାତଟି, ଶହେ ଟଙ୍କିଆ ନୋଟ ଏଗାର ଟି, ଦୁଇଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ, କିଛି ଦାମୀ ସାବୁନ, ନଗଦ ୩୪ ହଜାର ଟଙ୍କା ଏବଂ ବାଇକ ଜବତ କରି ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ତାକୁ ପଚରାଉଚରା କରୁଥିବା ବେଳେ ଅଭିଯୁକ୍ତ ସହ ଆହୁରି ଦୁଇଜଣ ବ୍ୟକ୍ତି ଏହି ନକଲି ନୋଟ କାରବାରରେ ସମ୍ପୃକ୍ତ ଥିବା ବେଳେ ସେମାନେ ଫେରାର ଥିବା ଜଣାପଡିଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ଲାଠୋର ଗ୍ରାମର ଖଇରାପଡାର ମାନସ ରଣା ଏବଂ ତୃତୀୟ ଅଭିଯୁକ୍ତର ପରିଚୟ ମିଳିପାରି ନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

yuvodaya
Leave A Reply

Your email address will not be published.