jsm

ଭୁବନେଶ୍ୱରଠାରେ ଖୋଲାଫର୍ଦର ୩୨ତମ ପ୍ରତିଷ୍ଠା ଉତ୍ସବରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ‘କୋଣାର୍କ ସମ୍ମାନ- ୨୦୨୩’

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱର ହୋଟେଲ ମେରିଅନଠାରେ ଖୋଲାଫର୍ଦର ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସାପ୍ତାହିକ ସମ୍ବାଦପତ୍ର ଖୋଲାଫର୍ଦର ସଫଳତା ପ୍ରକାଶନ ପାଇଁ ଏବଂ ନିଜର ବ୍ୟକ୍ତିତ୍ଵ, ନୀରବଚ୍ଛିନ, ନିର୍ଭିକ, ସାଧନା, ତ୍ୟାଗ ପାଇଁ ‘କୋଣାର୍କ ସମ୍ମାନ- ୨୦୨୩’ରେ ସମ୍ମାନିତ କରାଯାଇଛି । ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ସଦସ୍ୟ ରାଜ୍ୟସଭା ମୁନ୍ନା ଖାଁ, କମିଶନର ତଥା ଶାସନ ସଚିବ ଉଚ୍ଚ ଶିକ୍ଷା ବିଷ୍ଣୁ ପଦ ସେଠୀ, ସଚିବ, ଓଡ଼ିଶା ବିଧାନସଭା ଦାଶରଥି ଶତପଥି, ଖୋଲାଫର୍ଦର ସମ୍ପାଦକ ବିମଳ କୁମାର ଭଞ୍ଜଦେଓ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସମ୍ମାନିତ କରିଥିଲେ ।

yuvodaya
Leave A Reply

Your email address will not be published.