ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ । ୯୨୯ଟି କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିମଧ୍ୟରୁ ଷଷ୍ଠ ଶ୍ରେଣୀରେ ୧୩,୬,୪୯୧, ସପ୍ତମ ଶ୍ରେଣୀରେ ୧୭,୧୫୪, ଅଷ୍ଟମରେ ୧୨,୪୫୬ ଏବଂ ନବମ ଶ୍ରେଣୀରେ ୫,୭୧୬ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଷଷ୍ଠ ଶ୍ରେଣୀର ୧୩୪୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ବୋର୍ଡ ୱେବ୍‌ସାଇଟ୍‌ରୁ ପରୀକ୍ଷାର୍ଥୀମାନେ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ କରିପାରିବେ ବୋଲି ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.