ଭାରସାମ୍ୟ ହରାଇ ଓଲଟିଲା ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସ୍ଥିତ ପଥରଚେପା ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାଲ ନେଇ ଯାଉଥିବା ଗାଡ଼ି ସମ୍ମୁଖରେ ଗାଈଟିଏ ଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର ସକାଳେ ଆଚାର ଏବଂ ଟମାଟୋ ସସ୍ ନେଇ ଯାଜପୁରରୁ ପାଟଣାଗଡ଼ ଅଭିମୁଖେ ଆସୁଥିଲା । ତେବେ ଗନ୍ତବ୍ୟ ସ୍ଥଳକୁ ଆଉ ମାତ୍ର କିଛି ବାଟ ରହିଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭର ଦିବ୍ୟ ଆଲୋକ ମଲ୍ଲିକ ଓ ହେଲପର ଅର୍ଜୁନ ମଲ୍ଲିକ ସାମାନ୍ୟ ଆହତ ହୋଇଛନ୍ତି । ଗାଡ଼ିରେ ଲୋଡ ହୋଇଥିବା କିଛି ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଘଟଣାସ୍ଥଳରେ ବଲାଙ୍ଗିର ସଦର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.