oom

ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ପାଳିତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ସାଲେପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଅବସରରେ ୨୨ ଓ ୨୩ ତାରିଖ ଦୁଇଦିନ ଧରି ବହୁ ଆଡମ୍ବରରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ସର୍ବ ପ୍ରଥମେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କୁ ଗ୍ରାମ ଗୌନ୍ତିଆ ବ୍ରଜ କିଶୋର ମାହାର ପୂଜାର୍ଚ୍ଚନା କରିଥିଲେ । ତା’ପରେ ଛାତ୍ରଛାତ୍ରୀ, ଶିକ୍ଷକ, ପରିଚାଳନା କମିଟିର ସଭ୍ୟ, ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ ।ଉଦ୍‌ଘାଟନୀ ଉତ୍ସବରେ ଖଗସା ସରପଞ୍ଚ ଶ୍ରୀମତୀ ଶାନ୍ତି ତାଣ୍ଡୀ ଉଦ୍‌ଘାଟକ ଭାବରେ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ ।ସଭାପତି ରାଜେନ୍ଦ୍ର ସିପକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଲଷ୍ଟର ସଂଯୋଜକ ଧନସିଂ ମାଝୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସୂର୍ଯ୍ୟକାନ୍ତ ରଣା, କୃଷ୍ଣଚନ୍ଦ୍ର ରଣା, ସୁରେଶ ମାଝୀ, ଗୌତମ ଆଣ୍ଡିଆ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ଉତ୍ସବ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ଉଦ୍‌ଯାପନୀ ଦିବସରେ ରାଜେନ୍ଦ୍ର ସିପକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ସନ୍ୟାସୀ ମହଲା, ମଧୁସୂଦନ ବାଗ, ଯୁଧିଷ୍ଠିର ସିପକା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା ସ୍ୱାଗତ ଅଭିଭାଷଣ ଓ ଧନସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ । ତା’ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ହାସ୍ୟକବି ଦୀନବନ୍ଧୁ ବଗର୍ତ୍ତୀ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରି ସାରିବା ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀକୁ ସଫଳ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.