ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ, ୧ ଗିରଫ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଳାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଗାଡିକୁ କୁଞ୍ଜ ଛକ ନିକଟରେ ଅଟକାଇ ଥିଲା । ତେବେ ଗାଡିଟି ନ ଅଟକି ପଳାଇ ଯିବାରୁ ତାର ପିଛା କରି ସଦର ବ୍ଲକ ଛକ ନିକଟରେ ଅଟକାଇ ଯାଞ୍ଚ କରିବା ପରେ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଞ୍ଜେଇ ବାହାରି ଥିଲା । ଏହି ଆମ୍ବୁଲାନ୍ସରୁ ପାଖାପାଖି ୪ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ ବଉଦ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଯାଉଥିବା ଜଣାପଡ଼ିଛି । ତେବେ ଏହି ଗାଡିରୁ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଡ୍ରାଇଭର ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ତେଲିବନ୍ଧ ଗାଁର ଉପେନ୍ଦ୍ର ସାହୁ ବୋଲି ଅବକାରୀ ଅଧିକ୍ଷକା କହିଛନ୍ତି ।

Leave A Reply

Your email address will not be published.