ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ମାନ୍‌କେ ସାବାଡ୍‌ କର୍‌ବାର୍‌ ଲାଗି ଡେନାବାହାଁ ବର୍‌କସ୍‌ କରିଛେ ବଲାଙ୍ଗିର୍‌ ପୁଲିସ୍‌ । ଅପରାଧୀ ମାନ୍‌କେ ନୁରି ନୁରି ଜେଲ୍‌ ହାଜତ୍‌ କେ ପଠଉଛେ । ସେଥି ଫେର୍‌ ଘର୍‌ ଭଂଗା ଜେସିବି ଧରି ସହର ସାରା କିନ୍ଦ୍‌ରୁଛେ ବଲାଙ୍ଗିର୍‌ ପୁଲିସ୍‌ । ଜିଲ୍ଲା ପୁଲିସ୍‌ ମୁଖିଆ ନୀତନ କୁଶଲକର୍‌ଙ୍କର କଡା ନିର୍ଦ୍ଦେଶ ରହିଛେ, ସର୍‌କାରୀ ଜାଗା ନେ ଯେନ୍‌ ଅପରାଧୀମାନେ ଘର୍‌ ଦୁଆର୍‌, ଦୁକାନ୍‌, ଢାବା କରି ଅପରାଧ୍‌ର ଷଡଯନ୍ତ୍ର କରୁଛନ୍‌, ସେଟା ଗୁଟେ ଗୁଟେ କରି ଚିହ୍ନଟ କର, ଆର୍‌ ଭାଙ୍ଗିଦିଅ । ପୁଲିସ୍‌ର ଇ’ କଡା ପଦକ୍ଷେପ ଥି ଏଛିନ୍‌ ବଲାଙ୍ଗିର୍‌ ସହରର୍‌ ଅପରାଧୀମାନେ ସେର୍‌ପେଟି ଦେଇଛନ୍‌ । କୁଚିଆ ଦେଶୀ ବିଦେଶୀ ମଦ୍‌ ବେପାରୀ ଆର୍‌ ନିଶା କାର୍‌ବାର ଥି ମାତିଥିବାର୍‌ ଅପରାଧୀମାନଙ୍କୁ ପୁଲିସ୍‌ର କଡା ପହରା ମହଙ୍ଗା ପଡିଛେ । ଖାଲି ଏତ୍‌କି ନେଇଁ ସେ । ଟ୍ରାଫିକ୍‌ ନିୟମ୍‌ କଡାକଡି କରୁଛେ ପୁଲିସ୍‌ । ଜାନିଛନ୍‌ ତ’ ଏଛିନ୍‌ ବଲାଙ୍ଗିର୍‌ ସହର୍‌ ଭିତ୍‌ରେ ୧୩୦ଟା ଆଡ୍‌ଭାନ୍ସ୍‌ ସିସିଟିଭି କେମରା ଲାଗିଛେ । ହେଥି ସବୁ ଦେଖୁଛେ ପୁଲିସ୍‌ । ଗାଡି ଚଲାଲା ବେଲ୍‌କେ ମୋବାଇଲ୍‌ ଫୋନ୍‌ ଥି କଥା ହେଉଛନ୍‌ ବଏଲେ ହୁସିଆର୍‌ ହଉନ୍‌ । ୭୯ ଜନ୍‌କର ନାଁ ଥି ଚାଲାନ୍‌ କଟି ସାର୍‌ଲା ନ’ । ମୋବାଇଲ୍‌ ଥି ଏକା ପୁହୁଁଚି ଯାଉଛେ ଫାଇନ୍‌ ପକା ଚାଲାନ । ଠକୋ ଠକୋ ଫାଇନ୍‌ ଟଁକା ନେଇଁ ଗନ୍‌ଲେ, ଆର୍‌ ତ୍ରାହି ନେଇଁନ୍‌ । ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ ।

Leave A Reply

Your email address will not be published.