ଫେବୃଆରୀ ୨୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି : ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ

ବାରିପଦା : ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଦ୍ୟାଳୟ(ଇଗ୍ନୋ)ର ନାମ ଲେଖାର ଶେଷ ଅବଧି ଫେବୃଆରୀ ୨୦ ତାରିଖ ଯାଏଁ ବୃଦ୍ଧି ପାଇଛି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଏହି ନାମଲେଖା ଅବଧିକୁ ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ୍‌ www.ignou.ac.inକୁ ଅନୁସରଣ କରିପାରିବେ । ଆଗ୍ରହୀ ବ୍ୟକ୍ତି ବିଶେଷ ନାମଲେଖା ପାଇଁ https//ignouadmission .samarth.adu.inରେ ଆବେଦନ କରି ପାରିବେ । ତେବେ ଚଳିତ ବର୍ଷ ୩୭ଟି ନୂତନ ବିଷୟ ଆରମ୍ଭ କରାହୋଇଥିବା ବେଳେ AICTE ସ୍ୱୀକୃତିପ୍ରାପ୍ତ MBA, MCA, MA in Environment studies ଅନ୍ୟତମ । ସୂଚନା ଥାଉକି, ନୂତନ ଶିକ୍ଷାନୀତି ଅନୁଯାୟୀ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏକା ସଙ୍ଗରେ ଦୁଇଟି ବିଷୟରେ ଡିଗ୍ରୀ ହାସଲ କରିପାରିବେ । ଇଗ୍ନୋର ୱେବସାଇଟ୍‌ରେ ଏନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ଅଧିକ ବିବରଣୀ ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ସହ ୦୬୭୪-୨୩୦୧୩୪୮, ୨୯୭୧୦୭୧ ନମ୍ବରରେ ଯୋଗାଯୋଗ କରିବା ସହ [email protected]ରେ ଯୋଗାଯୋଗ କରିପାରିବେ ବୋଲି ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡଃ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!