ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ବାଇକ୍ ଆରୋହୀ ମୃତ

ସାଲେପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ୨ ଜଣ ଏକ ବାଇକ୍ ଯୋଗେ ପାରାଦୀପ ପଟରୁ କଟକ ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକ ପାରାଦୀପ ରାସ୍ତାର କନ୍ଧରପୁର ଟୋଲ୍ ଗେଟ୍‌ରେ ବାଇକ୍‌କୁ ପଛପଟୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ସହ ୨ ବାଇକ୍ ଆରୋହୀ ଜଳିଯାଇଥିଲେ । ଦୁଇଜଣଙ୍କୁ କନ୍ଧରପୁର ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲା । ହେଲେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ୨ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଦୁହେଁ ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ବୋଲି ଜଣାପଡ଼ିଛି । କନ୍ଧରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

15 − nine =