ଖୁଟୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ଖୁଟୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ମୁଖ୍ୟ ଅତିଥି ହୋଇ ଆସିଥିବା ବେଳେ ଅତିରିକ୍ତ ସହ-ଶିକ୍ଷା ଅଧିକାରୀ ରତନ ଧରୁଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧନ କେନ୍ଦ୍ର ସଂଯୋଜକ ଅନାଦି ବିଶି, ଦୀପ୍ତି ପ୍ରକାଶ ଦାଶ, ସରପଞ୍ଚ ଶ୍ରୀମତୀ ପୁଷ୍ପବତୀ ମେହେର, ସଭାପତି ଅମରେଶ ମହାଲିଙ୍ଗ, ଶିକ୍ଷକ ବିଘ୍ନେଶ୍ୱର ଯୋଷୀ ତଥା ଗ୍ରାମର ଭଦ୍ରବ୍ୟକ୍ତି ମଞ୍ଚାସୀନ ଥିବା ବେଳେ ପ୍ରଧାନ ଶିକ୍ଷକ ଲାଲଚନ ବଗର୍ତ୍ତୀ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷା ହିଁ ଆମକୁ ଉଚିତ୍‌ ମାର୍ଗରେ ନେଇ ପାରିବ ଓ ମୁକ୍ତି ଦେଇ ପାରିବ । ଆମେ ଶିକ୍ଷିତ ହେଲେ ସୁନାଗରିକ ହୋଇ ପାରିବା ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ମତରେ ପ୍ରକାଶ କରିଥିଲେ । ପରେ ବାର୍ଷିକ କ୍ରୀଡାର ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସଂଯୋଜନା କରିଥିଲେ ଶିକ୍ଷକ ବଜମ ମେହେର ଓ ଶିକ୍ଷୟତ୍ରୀ ଚିନ୍ମୟୀ ସାହୁ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଜମ ମେହେର ।

Leave A Reply

Your email address will not be published.

error: Content is protected !!