୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଟୁରିଷ୍ଟ ବସ୍‌କୁ ଧକ୍କାଦେଲା କଣ୍ଟେନର : ଜଣେ ମୃତ ୭ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାୟପୁର ୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ମୋଟ ୪୫ ଜଣ ଯାତ୍ରୀ ଚାରି ଧାମ ଯାତ୍ରାକୁ ବାହାରିଥିବା ବେଳେ ପୁରୀ ଜଗନ୍ନାଥ ଧାମ ଦର୍ଶନ କରି ମହାରାଷ୍ଟ୍ରକୁ ଫେରୁଥିଲେ । ତେବେ ସୋହେଲାର ଏକ ଢାବା ସମ୍ମୁଖରେ ଚା’ ପିଇବା ପାଇଁ ବସ୍‌ଟି ଅଟକିଥିଲା । ଏହି ସମୟରେ ପଛପଟୁ ଏକ କଣ୍ଟେନର ଆସି ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର୍ ଫେରାର୍ ଥିବା ବେଳେ ସୋହେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ନାଁ ଅଶୋକ ଚିନ୍ଦୁଆର୍ଦେ ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!