csstore

କମ୍ୟୁନିଷ୍ଟ ନେତା କାମରାଜୁ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବାନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପିଲାଟି ଦିନରୁ ପଞ୍ଚାୟତ ଲୋକଙ୍କ ସେବା କରିବା ମନଭାବ ରଖିଥିଲେ ବଡ ହୋଇ ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଗରିବଙ୍କ ପାଇଁ ସରକାର ସହିତ ଲଢେଇ କରିବା, ୧୯୮୫ ମସିହାରେ ହୋଇଥିବା ଲବଣ ଶ୍ରମିକ ଆନ୍ଦୋଳନର କର୍ଣ୍ଣଧାର ତଥା ଗରିବ ଜନସାଧାରଣଙ୍କ ନିସର୍ତ୍ତ ସେବା କରି ଆସିଥିବା କମ୍ୟୁନିଷ୍ଟ ପାର୍ଟିର ନେତା କାମରାଜୁ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ରବିବାର ସ୍ୱର୍ଗତ କାମରାଜୁଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ନୀଳାଦ୍ରିପୁର ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସରପଞ୍ଚ ତଥା ସିପିଆଇଏମ ଗଞ୍ଜାମ ବ୍ଲକ ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ଦିଲ୍ଲୀପ କୁମାର ଛୋଟରାୟ ସଭାପତିତ୍ୱ କରିଥିଲେ । ସିପିଆଇଏମ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା କୃଷକ ନେତା ପି ହରେକୃଷ୍ଣ ରେଡି, ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସିପିଏମ ବରିଷ୍ଠ ନେତା କୈଳାଶ ଷଢଙ୍ଗୀ, କ୍ଷେତ ମଜଦୁର ରାଜ୍ୟ ସମ୍ପାଦକ ବିଦ୍ୟାଧର ଜେନା ବ୍ଲକ ଶାଖା ସଦସ୍ୟ ବିରଞ୍ଚି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାମରାଜୁ ଜଣେ ଦଳ ସଂଗଠନରେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ସବୁବେଳେ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗିକୃତ କରିଥିବା ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ସଭା ପୂର୍ବରୁ ସ୍ୱର୍ଗତ କାମରାଜୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚରଣ କରାଯାଇଥିଲା ।

jayashree
Leave A Reply

Your email address will not be published.