centurian jitm

ଗୋଇନ୍ଦାମୁଣ୍ଡାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

nschool

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରାଜପୁର ପଞ୍ଚାୟତର ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡିର ଟିଡିସିସି ଶାଖା ପରିଚାଳକ ଶୈଳେଶ କୁମାର ସାହୁ, ଏଫ୍‌ଓ ବିପିନ ରଥ, ଏଏମ୍‌ଓ ସୌଭାଗ୍ୟ ସାହୁ, ୱାସନର ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା ବର୍ମା, କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଏଓ ଅରୁଣ ଚନ୍ଦ୍ର ପାଢ଼ୀ, ଗ୍ରାମ୍ୟ କୃଷି କର୍ମୀ ନବୀନ କୁମାର ମାଝୀ, ମାଣ୍ଡିଆ କିଣାବିକା ପରିଚାଳନା ଅନୁଷ୍ଠାନ ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାଝୀ, ଅରମାନ ମିଶ୍ର ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ମଣ୍ଡିକୁ ଉଦ୍‌ଘାଟନ କରିବା ସହ ମଣ୍ଡିରେ କିଭଳି ଉତ୍ତମ ମାନର ମାଣ୍ଡିଆ ଆସିବ, ସେ ଦିଗରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରପି ଭାନୁମତି ପଧାନ, ଶ୍ରଦ୍ଧାଞ୍ଜଳି ବାଗ, ଜୀବର୍ଦ୍ଧନ ସାହୁ, ପ୍ରବୀଣ ଭୋଇ, ବାଲ୍ମୀକି ଛତ୍ରୀଆ, ଚାଷୀ ପୂର୍ଣ୍ଣ ମାଝୀ, ଶମ୍ଭୁ ସାହୁ, କ୍ଷୀର କୁମାର, କୃଷ୍ଣ ନାଗ, ଶତ୍ରୁଘ୍ନ ରଣା, ସତ୍ୟସାଇ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.