oom

ରିଷିଡାରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍‌ ଶିବିର ଉଦ୍‌ଘାଟିତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍‌ ଶିବିର ଆରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦିଲିପ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ(ପୁଷୁ) ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପି.ଏ.କେ ତ୍ରିପାଠୀ ମୁଖ୍ୟବକ୍ତା, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ସରପଞ୍ଚ ସେବତୀ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥିମାନେ ସେବା ମନୋଭାବ ରଖି ଅନ୍ୟର ସେବାପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ କଳାହାଣ୍ଡି ଯୁବ ରେଡକ୍ରସ୍‌ ସଂଯୋଜକ ଶାନ୍ତନୁ କୁମାର ପରିଡା ଶିବିରର ନୀତି ନିୟମ ଉପରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ କନଭେନର ସେକ୍ରେଟାରୀ ସଞ୍ଜୀବ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ. ଅଜିତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ହେମନ୍ତ ଚୌଧୁରୀ ସଭା ସଂଯୋଜନା କରିଥିଲେ । କ୍ୟାମ୍ପ ଡାଇରେକ୍ଟର ଅଧ୍ୟାପକ ଗିରିରାଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ରେଡକ୍ରସ୍‌ର ପ୍ରତିଷ୍ଠାତା ହେନରୀ ଡିନାଣ୍ଟଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ସହ ପତାକା ଉତ୍ତୋଳନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ଏହି ଶିବିରରେ ଭବାନୀପାଟଣା ଉପଖଣ୍ଡର ୭ଟି ବ୍ଲକର ୩୫ଟି କଲେଜ (ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି)ର ଶିବିରାର୍ଥି ଓ ଗାଇଡ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଦ୍ୱିତୀୟ ଅଧିବେଶନ (ଟେକନି କାଲ ସେସନ)ରେ ରେଡକ୍ରସ୍‌ ଇତିହାସ ଓ ଫାଷ୍ଟଏଡ ଚିକିତ୍ସା ଉପରେ ତାଲିମ ଦେଇଥିଲେ । ସନ୍ଧ୍ୟାରେ ଶିବିରାର୍ଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଶିବିର ତିନିଦିନ ଧରି ଚାଲିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.