ମାଲବାହୀ ଟ୍ରକ ଓଲଟି ଯାତାୟାତ ବାଧାପ୍ରାପ୍ତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ମହୁଲବାହାଲି ଛକଠାରେ ମାଲବାହୀ ଟ୍ରକ୍‌ ଓଲଟିପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଟ୍ରକ୍‌ ଛତିଶଗଡ ରାୟପୁରରୁ ମାଲବୋଝେଇ କରି କଣ୍ଟାବାଞ୍ଜି ଆସୁଥିଲା । ମହୁଲବାହାଲି ଛକଠାରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡିଥିଲା । ଏଥିରେ କେହି ମୃତାହତ ହୋଇ ନାହାନ୍ତି । କେବଳ ଟ୍ରକ୍‌ରେ ଥିବା ସାମଗ୍ରୀ ରାସ୍ତା ମଝିରେ ପଡିଯାଇଥିଲା । ଅନ୍ୟ ଟ୍ରକ୍‌ରେ ସବୁ ସାମଗ୍ରୀ ନିଆଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.