ବଲାଙ୍ଗିର ଶାନ୍ତିପଡାରେ ଘରେ ପଶି ମରଣାନ୍ତକ ଆକ୍ରମଣ, ଛୋଟ ଶିଶୁ ସହିତ ତିନି ଗୁରୁତର

csstore

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ସହରର ଶାନ୍ତିପଡ଼ା ସ୍ଥିତ ପଞ୍ଜାବୀ ଗଳି (ଖର୍ସେଲପଡା ରାସ୍ତା)ରେ ରହୁଥିବା ସୁଶିଲ ମେହେରଙ୍କ ଘରେ ପଶି କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଛୋଟ ଶିଶୁ ସହିତ ତିନି ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଶିଶୁ ଜଣକ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁହାଯାଉଛି।

Leave A Reply

Your email address will not be published.