ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନ୍ ଆର୍ମି ଫାଉଣ୍ଡେସନ୍ ଲର୍କିପାଲି, ସେବା ଭାରତ୍ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶିବିରରେ ସମ୍ପୂର୍ଣ୍ଣ ରୂପେ ମାଗଣା ଚିକିତ୍ସା ତଥା ଅସ୍ତ୍ରୋପଚାରର ସୁବିଧା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ଭାରତର ସନ୍ଦୀପ ବାଗଙ୍କ ସମେତ ଗ୍ରୀନ୍ ଆର୍ମି ଫାଉଣ୍ଡେସନର ପ୍ରେସିଡେଣ୍ଟ ଖୁସିରାମ ଦୀପ, ଏକ୍‌ଜ୍ୟୁକେଟିଭ୍‌ ପ୍ରେସିଡେଣ୍ଟ ରାହୁଲ ବିଶି, ଟ୍ରେଜରର୍‌ ଶୁକାନ୍ତ ପାଣ୍ଡେ, କ୍ଷେତ୍ର ମହାଲିଂଗ, କିଶୋର ଚନ୍ଦ୍ର ନାଗ, ରାକେଶ ବିଶି, ସୁଦାମ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.