ପାଟଣାଗଡ, (ସଦାଶିବ ସରାଫ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ତେଣ୍ଡାପଦର ଗ୍ରାମଠାରେ ସାତ ଘରିଆ ମିର୍ଦ୍ଧା ସମାଜର ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମିର୍ଦ୍ଧା ସମାଜର ଇଷ୍ଟ ଦେବତା ବୁଢ଼ା ରାଜାଙ୍କ ଠାରେ ପୂଜା ଅର୍ଚ୍ଚନା କରିଥିଲେ । ଜିଲ୍ଲା ସଭାପତି ଟିକେଶ୍ଵର ମିର୍ଦ୍ଧାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାରେ ପ୍ରତ୍ୟେକ ମିର୍ଦ୍ଧା ସମାଜର ସଭ୍ୟ ସଭ୍ୟାମାନଙ୍କୁ ସ୍ୱାଗତ ଏବଂ ନବ ବର୍ଷ ଅଭିନନ୍ଦନ ଜଣାଇଥିଲେ ।ତାଙ୍କର ବକ୍ତବ୍ୟରେ ସମାଜରେ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ମହିଳାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ନିବେଦନ କରିଥିଲେ । ସନ୍ଧ୍ୟାକାଳୀନ ଅଧିବେଶନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଞ୍ଚାସୀନ ହୋଇ ମିର୍ଦ୍ଧା ସମାଜର ଭାଇ ଭଉଣୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ତାଙ୍କର ନିଜସ୍ୱ ପାଣ୍ଠିିରୁ ଅନୁଦାନ ଦେବା ପାଇଁ ମିର୍ଦ୍ଧା ସମାଜର କଲ୍ୟାଣ ମଣ୍ଡପରେ ପ୍ରତିଶୃତି ଦେଇଥିଲେ । ଏଥିରେ ଜିଲ୍ଲା ସମ୍ପାଦକ ବିରଞ୍ଚି ମିର୍ଦ୍ଧା, ଜିଲ୍ଲା ମହିଳା ସଭାପତି ଜହ୍ନବୀ ମିର୍ଦ୍ଧା, ସମ୍ପାଦିକା ସୁଜାତା ମିର୍ଦ୍ଧା ଉକ୍ତ କାର୍ଯ୍ୟକ୍ରମକୁ ପୁରନ୍ଦର ମିର୍ଦ୍ଧା ପରିଚାଳନ କରିଥିଲେ ଏବଂ ସୁଶାନ୍ତ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ଲିଙ୍ଗରାଜ ମିର୍ଦ୍ଧା ଭୁମିଦାନ୍ କରିଥିଲେ ଏବଂ ଲକ୍ଷ୍ମଣ ମିର୍ଦ୍ଧା ଧନେଶ୍ୱର ମିର୍ଦ୍ଧା, ଗୋପବନ୍ଧୁ ମିର୍ଦ୍ଧା, ଜୁଧିଷ୍ଠିର ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।
Next Post