![oum](https://koshalaprabahalive.com/wp-content/uploads/2024/07/oum.jpg)
ବରଗଡ, (କେପିଏନ୍ଏସ୍) : ସ୍ଥାନୀୟ ଶାନ୍ତି ତପୋବନ ଆଶ୍ରମଠାରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସିନୀଙ୍କ ଗହଣରେ ସାଧାରଣତନ୍ତ୍ର ଦିବସ ଓ ମା’ ବିଦ୍ୟାଦୟିନୀ ସରସ୍ଵତୀଙ୍କ ପୂଜା ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥିଭାବେ ସ୍ବେଚ୍ଛାସେବିକା ଶ୍ରୀମତୀ ଜାନକୀ ବିଶି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର, ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଯୋଗଦେଇଥିବା ବେଳେ ସ୍ଵେଚ୍ଛାସେବୀ ଲବଙ୍ଗ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
![](https://koshalaprabahalive.com/wp-content/uploads/2023/01/a9acf42c-b592-4911-821c-44de9439389f-768x1024.jpg)