csstore

ଶାସ୍ତ୍ରୀନଗରର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀନଗର ଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗରର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ ସାଧାରଣତନ୍ତ୍ର ଦିବସରେ ମାତୃଶକ୍ତି ସ୍ୱରୂପା ଆଶା ମା’ ଯେ କି ସର୍ବଦା ସମାଜରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥାନ୍ତି ତାଙ୍କୁ ଉଚିତ ସମ୍ମାନ ଦେବା ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଥିଲା । ଉପରୋକ୍ତ ଉତ୍ସବ ଦିବସରେ ଅନୁଷ୍ଠାନ ତରଫରୁ ପିସ ଊନୀସନ ଚେୟାରମ୍ୟାନ, ନିର୍ଦ୍ଦେଶକ ରବିରଞ୍ଜନ ପୂଜାରୀ, ସତ୍ୟ ରଞ୍ଜନ ମିଶ୍ର, ଡା. ଆଶିଷ ବିଶ୍ୱାସ, ଅନୁଷ୍ଠାନର କର୍ମକର୍ତ୍ତା ତଥା ଆଶା ମା’, ସ୍ୱାସ୍ଥ୍ୟକର୍ମୀ ଗଣମାନ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ପାଳନ କରାଯାଇଥିଲା ।

jayashree
Leave A Reply

Your email address will not be published.