centurian jitm

ଟ୍ରାଫିକ ବିଭାଗ କୋ-ଅପରେଟିଭରେ ଅନିୟମିତା ଅଭିଯୋଗ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଏସ୍‌ପି ଟ୍ରାଫିକ ବିଭାଗ କୋ-ଅପରେଟିଭରେ ନିର୍ବାଚନ ସହ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହେବା ପରେ ପାନପୋଷ ସ୍ଥିତ ସହକାରୀ ସମବାୟ ନିବନ୍ଧକଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ସୋସାଇଟିର ସଭାପତି ସୋମନାଥ କରଙ୍କୁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇନଥିଲେ । ନୂତନ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବା ଶ୍ରବଣ କୁମାର ଦଳେଇ ଉପସ୍ଥିତ ଥିଲେ । ତେବେ ସେ ନୂଆ ଭାବେ ଯୋଗ ଦେଇଥିବାରୁ ସମୟ ନେଇଥିଲେ । ଏହି ସୋସାଇଟିର ସଭ୍ୟମାନଙ୍କ ଅଭିଯୋଗ ଯେ, ମେମ୍ବରମାନଙ୍କ ଅଂଶଧନ ୨୦୧୭ରୁ ଫେରସ୍ତ ହେଉନାହିଁ । ଲକ୍ଷ ଲକ୍ଷ ଟଙ୍କା ଜମାଥିବା ସିଡିଏସ୍‌ ରାଶିର ସୁଧ ୨୦୧୭ରୁ ଦିଆଯାଇ ନାହିଁ । ବନ୍ଧକ ଥିବା ଏଲଆଇସି ପଲିସିର ମାଚ୍ୟୁରିଟି ରାଶି ଋଣ ପରିଶୋଧ ପରେ ମଧ୍ୟ ପଲିସି ବଣ୍ଡ କିମ୍ବା କୋ-ଅପରେଟିଭ ଆକାଉଣ୍ଟକୁ ଯାଇଥିବା ମାଚ୍ୟୁରିଟି ରାଶି ଫେରସ୍ତ କରାଯାଉ ନାହିଁ । ଅବସର ନେଉଥିବା ଅନେକ ସଭ୍ୟଙ୍କ ଜମାରାଶି ଫେରସ୍ତ କରୁନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଦେହାନ୍ତ ହୋଇସାରିଲାଣି । ସୋସାଇଟିର ଅଫିସ ନିୟମିତ ଖୋଲାଯାଉନାହିଁ । ସମିତିର ସଭାପତିଙ୍କୁ ପଚାରିଲେ ସିଏ ସଂପାଦକଙ୍କୁ ଓ ସଂପାଦକଙ୍କୁ ପଚାରିଲେ ସିଏ ସଭାପତିଙ୍କୁ ଦେଖା କରିବାକୁ କହୁଛନ୍ତି । ଅଡିଟ୍ ଏବଂ ଅନ୍ୟ ବାହାନା ଦେଖାଇ ୨୦୧୭ରୁ ଦିନ ଗଡେଇ ଚାଲିଛନ୍ତି । ଅଂଶଧନ ଥାଇ ମଧ୍ୟ କର୍ମକର୍ତ୍ତା ନିର୍ବାଚନ ସମୟରେ ନାମ ତାଲିକାରୁ କାଟିବା ଓ କମିଟିରେ ୧୫ ଜଣିଆ କମିଟି ସ୍ଥାନରେ ୧୧ ଜଣିଆ କମିଟି ଓ ସେଥିରେ ମହିଳାଙ୍କୁ ସ୍ଥାନ ନଦେବା ନେଇ ସଭ୍ୟମାନେ ବିଭାଗୀୟ ଅଧିକାରୀ ଜଣାଇଥିଲେ । ଏନେଇ ବହୁପୂର୍ବରୁ ସଭାପତିଙ୍କୁ ଅଧିକାରୀ ନୋଟିସ କରିଥିଲେ ମଧ୍ୟ ଉପସ୍ଥିତ ନହେବା ଏହି ଅନିୟମିତାରେ ସଂପୃକ୍ତି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତାଙ୍କ ମୋବାଇଲ ନଂ୮୮୪୭୮୨୪୫୨୯କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଏ ସଂପର୍କରେ ତଦନ୍ତକାରୀ ଅଫିସରଙ୍କୁ ପଚାରିବାରୁ ସଭାପତି କିଛି କାରଣ ବସତଃ ଅନୁପସ୍ଥିତ ରହିବା ସଂପାଦକଙ୍କ ମାଧ୍ୟମରେ ଜଣାଇଥିବାରୁ ପୁଣି ଥରେ ତାଙ୍କୁ ଡକାଯାଇ ପ୍ରକୃତ ତଥ୍ୟ ଜଣାଇବା ପାଇଁ କୁହାଯିବା ସହ ଆସିଥିବା ସଦସ୍ୟଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା ବୋଲି କହିଥିଲେ । ତେବେ ସଦସ୍ୟମାନଙ୍କ କହିବା ଅନୁଯାୟୀ ସଭାପତି ଏହି ଅନିୟମିତାରେ ଜଡିତ ଥିବାରୁ ସେ ଏହାକୁ ଏଡାଇ ଯିବାକୁ ଚାହୁଁଥିବା ଏମ୍ ସାରଥି, ଏନ ଏଲ ମୁଣ୍ଡା, ପି କେ ମହାପାତ୍ର, ଗଣେଶ ଜୟପୁରିଆ, ଏମ୍‌ଏମ୍‌ ବେହେରା, ବି ଡି ବିଶ୍ବାଳ, ଏସ୍‌କେ ମିଶ୍ର, ଅଜିତ ପୃଷ୍ଟି, ଟି ପାତ୍ର, ଏସ୍‌ଏନ୍‌ ସିଂହ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ଏହି ଅନିୟମିତାକୁ ତଦନ୍ତ କରି ଉପଯୁକ୍ତ ନ୍ୟାୟ ଦେବା ପାଇଁ ସଦସ୍ୟମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.