ଓଏସ୍‌ଏଚ୍‌ଇସି ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଆସନ୍ତା ୨୬ ତାରିଖରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ଆଉ ବର୍ଷେ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ରାଜ୍ୟର ବୃହତ୍‌ ଏକାଡେମିକ ଇଣ୍ଟରେଷ୍ଟକୁ ଦୃଷ୍ଟିରେ ରଖି ତାଙ୍କର ଏହି କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ୨୦୨୪ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଫେସର ଦାସ ଓଏସ୍‌ଏଚ୍‌ଇସିର ଉପାଧ୍ୟକ୍ଷ ପଦବୀରେ ରହିବେ । ଏ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.