ସମ୍ଭବ ମିଶ୍ରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର- ୨୦୨୩ରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ୱ କ୍ଷେତ୍ରରେ ଜଣେ ଲେଖାଏଁ ପୁରସ୍କୃତ ହୋଇଛନ୍ତି । ସୋମବାର ଦିନ ରାଷ୍ଟ୍ରପତି ସମ୍ଭବଙ୍କ ସମେତ ଦେଶର ୧୧ ଜଣ ବାଳକ ଓ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର- ୨୦୨୩ରେ ପୁରସ୍କୃତ କରିଥିଲେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥ ରାଶି, ମେଡାଲ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କୃତ ୧୧ ଜଣ ବାଳକ ବାଳିକା ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର । ବିଜ୍ଞାନ ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.