jsm

ସିଆର୍‌ପିଏଫ୍‌ର ଜନସମ୍ପର୍କ ଶିବିର

csstore

ଗୋଇପଟା : ଗୋଇପଟା ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲାଞ୍ଜି ପଞ୍ଚାୟତର ୧୨ଟି ଗ୍ରାମର ୧୦୦ ଜଣ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡିଶା ସେକ୍ଟର ଭୁବନେଶ୍ୱର ଏବଂ ସମ୍ବଲପୁରର ୧୨ର୍ଥ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ୧୨ର୍ଥ ବାଟାଲିଅନ ସିଆର୍‌ପିଏଫ୍‌ର ଦ୍ୱିତୀୟ କମାଣ୍ଡାଣ୍ଟ ଅଧିକାରୀ ଏନ୍ ରତନ କୁମାର ସିଂଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ସମ୍ମାନିତ ଅତିଥି ଭାବେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ଲାଞ୍ଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ମଲ୍ଲିକ, ଏସବିଆଇ ଶାଖା ପରିଚାଳକ ସଂଖ୍ୟା ଚରଣ ବେଶ୍ରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହାକୁ କମାଣ୍ଡାଣ୍ଟ ମିତ୍ରଭାନୁ ମହନ୍ତ ପରିଚାଳନା କରିଥିଲେ । ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

yuvodaya
Leave A Reply

Your email address will not be published.