csstore

ଶ୍ରୀ ଶ୍ରୀ ନାଗେଶ୍ଵର ବାବାଙ୍କ ମନ୍ଦିର ପ୍ରତିଷ୍ଠା

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନାଗେଶ୍ୱର ବାବାଙ୍କ ମନ୍ଦିର ପ୍ରତିଷ୍ଠା ତଥା ଦୁଇ ବୀରପୁତ୍ର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ନାଗେନପାଲି ଗ୍ରାମରେ ସଂକଳ୍ପ ପରିବାର ଓ ନାଗେନପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜିର ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଶର୍ମିଳା ମାଝୀ (ଶହୀଦ ପଦ୍ମଲୋଚନ ମାଝୀଙ୍କ ମା’) ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶହୀଦ ପଦ୍ମଲୋଚନ ମାଝୀଙ୍କ ଭଉଣୀ ଅମିତା ମାଝୀ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୨୫ ଜଣ ମହିଳା ରକ୍ତଦାତା ସହିତ ମୋଟ ୧୦୨ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀ ଲିପି କମ୍ପୁ, ମହେନ୍ଦ୍ର ମେହେର ଓ ନେହା ସାହୁଙ୍କ ସହଯୋଗରେ ସଂଗ୍ରହ କରାଯାଇଥିଲା । ଆଜିର ଶିବିରରକୁ ସଂକଳ୍ପ ପରିବାରର ରହିତ ଜସୱାଲ, ବିକାଶ ଅଗ୍ରୱାଲ ଓ ଜି ରମେଶଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସଂକଳ୍ପ ପରିବାରର ହେମନ୍ତ ସାହୁ, ନିଲେସ ପଧାନ, ମନୀଷା ଗୁପ୍ତା, ଶେଷଦେବ ପଧାନ, ପ୍ରମୋଦ ମେହେର, ସନ୍ତୋଷ ସାହୁ, ଅନନ୍ତ ଚରଣ ସାହୁ, ସୁରଜ ଦାସ, ଲିଙ୍ଗରାଜ ସାହୁ, ବିକାଶ ଭୋଇ, ସଂଘମିତ୍ରା ପଟେଲ, ବାସ୍ମତି ବଂଛୋର, ଅସିତ ଖମାରିଙ୍କ ସହିତ ନାଗେନପାଲି ଗ୍ରାମର ଯୁବକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.