csstore

ନେତାଜୀ ଗୁରୁକୁଳ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନେତାଜୀ ଜୟନ୍ତୀ ଅବସରରେ ଖଣ୍ଡଦେଉଳି ନେତାଜୀ ଗୁରୁକୁଳ ସ୍କୁଲ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି । ନେତାଜୀ ଗୁରୁକୁଳ ସ୍କୁଲ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମେଡିକାଲ ଅଫିସର ଡ଼ଃ ସୋମ୍ୟକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ଗଞ୍ଜାମ ପ୍ରେସ କ୍ଲବର ସଭାପତି ଶବର କୁମାର ତରାଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଭିରାମ ବେହେରା, ଖଣ୍ଡଦେଉଳି ସରପଞ୍ଚ ବୈରାଗି ବେହେରା ପ୍ରମୁଖ ମଂଚାସୀନ ଥିଲେ । ଉପଦେଷ୍ଟା ଉମାକାନ୍ତ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦୀପକ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ନେତାଜୀଙ୍କ ଜନ୍ମଠାରୁ ଆରମ୍ଭ କରି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ବିରତ୍ୱର ଗାଥା ବଖାଣି ଥିଲେ । ସ୍କୁଲ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ପ୍ରଧାନ ବିବରଣୀ ପଠନ କରିଥିଲେ । ଖେଳକୁଦରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ବିଦ୍ୟାଧର ସାହୁ ଧନ୍ୟବାଦ ଦେଇଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅନିତା କୁମାରୀ ବେହେରା, ଶିକ୍ଷକ ସୁଶାନ୍ତ ବେହେରା, ବର୍ଷା ଜେନା, ରାନୁ ସ୍ୱାଇଁ, ମୋନାଲିସା ବେହେରା ଓ ରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ । ପରେ ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଦୀପକ କୁମାର ସାହୁ ଉପସ୍ଥାପନା କରିଥିଲେ ।

jayashree
Leave A Reply

Your email address will not be published.