ଜେଡି କଲେଜରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶରତ କୁମାର ସାହୁ ସଭାପତିତ୍ୱ କରିଥିଲେ । ବରିଷ୍ଠ ସାହିତ୍ୟିକ ଓ ସାମ୍ବାଦିକ ନରୋତ୍ତମ ସେଲମା ମୁଖ୍ୟବକ୍ତା ଭାବେ ଯୋଗଦେଇ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜାତୀୟତାବୋଧ, ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଭିମାନ ଉପରେ ଆଲୋକପାତ କରି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଉଭୟ ମହାପୁରୁଷଙ୍କ ପ୍ରତିକୃତିରେ ଅତିଥି ଓ ଛାତ୍ରଛାତ୍ରୀମାନେ ପୁଷ୍ପ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଡାଲଟନ ରଣା, ଶିବ ପ୍ରସାଦ ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.