csstore

ତହଁକ୍ କୁଟୁମ୍ ତରଫରୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ତହଁକ କୁଟୁମ୍‌ ତରଫରୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ଗୀତିକାର୍ କପିଳେଶ୍ଵର ଖମାରୀ, ଗୀତିକାର୍ ରାଜୀବ ପ୍ରସାଦ ଭୋଇ, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ସୁଧିର କୁମାର ତ୍ରିପାଠୀ ଯୋଗଦେଇ ସୁରେନ୍ଦ୍ର ସାଏ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଗଭୀର ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବିତା ମିଶ୍ର ଭବାନୀ ମିଶ୍ର, ମୈତ୍ରୀ ସାହୁ, ସୌକିଲାଲ୍ ସାହୁ, ରବିଚନ୍ଦ୍ର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା ଏବଂ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ କବି ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.