lika

ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ ସମ୍ମାନିତ ଅତିଥି ଓ ମଞ୍ଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ଦୁବେ ସଭାପତିତ୍ୱ ଅଭିଭାଷଣ ସହ ଅତିଥିମାନଙ୍କ ପରିଚୟ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମଂଚ ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ବ୍ୟାସକବିଙ୍କ ସଂପର୍କରେ ଓ ତାଙ୍କ ରଚିତ ଗଳ୍ପ ଓ ଉପନ୍ୟାସ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ବ୍ୟାସକବି ହେଉଛନ୍ତି ଯଥାର୍ଥରେ ଆଧୁନିକ ଓଡିଆ ସାହିତ୍ୟର ସେନାପତି । ସେ ପ୍ରଥମ ଥର ପାଇଁ ସମାଜର ଅବହେଳିତ ନିଷ୍ପେଷିତ ଜୀବନ ସଂଗ୍ରାମରେ ଉତ୍ପିଡିତ ବ୍ୟକ୍ତିଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିଥିଲେ । ତାଙ୍କ ଦ୍ୱାରା ସୃଷ୍ଟି ଗଳ୍ପ ଉପନ୍ୟାସ ଆଦି ଆମ ଭାଷା ସାହିତ୍ୟ ପାଇଁ ଅମୂଲ୍ୟ ରତ୍ନ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ଶୀଲା ନାୟକ, କ୍ଷଣପ୍ରଭା ବେହେରା, ଅମୂଲ୍ୟ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.