jsm

ଚାଉଲସୁଖା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

csstore

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚାଉଲସୁଖା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳର ଫାଇନାଲ ଦିବସରେ ବିଜେଡି ପ୍ରାର୍ଥୀ ଗିରିରାଜ ସିଂ ମାଝୀ, ଚାଉଳସୁଖା ଗ୍ରାମ ପଞ୍ଚଯାତ ସମିତି ସଭ୍ୟ, ପୂର୍ବତନ କମାଣ୍ଡୋ, ଅବସରପ୍ରାପ୍ତ ସୈନିକ ତଥା ସମାଜସେବୀ, ବିଜେଡି ଯୁବ ବିଜୁ ସେନା ବାହିନୀ ସଦସ୍ୟ ଏବଂ ତୁରେକେଲା ବ୍ଲକ ଗୋଣ୍ଡ ସମାଜ ସଭାପତି, ପୂର୍ବତନ ସରପଞ୍ଚ ଘନକେଶୀ ମେହେର, ଦୁଃଖିଶ୍ୟାମ ଭୋଇ, ନେହେରୁ କ୍ଲବ ସଭାପତି ଧବଳେଶ୍ୱର ତାଣ୍ଡି, ଉଦୟ ଚନ୍ଦ୍ର ଭୋଇ, ପଦ୍ମଲୋଚନ ଭୋଇ, କୃଷ୍ଣଚନ୍ଦ୍ର ଭୋଇ, ମହେନ୍ଦ୍ର ମେହେର, ତ୍ରିନାଥ ମେହେର, ବୈଜୁ ମେହେର, କାର୍ତ୍ତିକ ହାତୀ, ଯଦୁ ମହାନନନ୍ଦ, ମନ ତାଣ୍ଡି, ଟିକୁ ମେହେର, କରୁନାଣାକର ଭୋଇ, ଆଡ଼ଭୋକେଟ ବିବେକ ମେହେର, କଂଗାଲୁ ଭୋଇ, ରମେଶ ମେହେର, ଭାଟ ବାବା ପ୍ରମୁଖ ଉପସ୍ଥିତ ଥିଲେ । ଟିଟିଲାଗଡ଼ ଓ ଜାମୁଟ ମଧ୍ୟରେ ଖେଳ ହୋଇଥିବା ବେଳେ ୦୨ ଗୋଲରେ ଜାମୁଟ ବିଜୟୀ ହୋଇଥିଲା । ଏହା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଦଳକୁ ପୁରସ୍କାର ବିତରଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.