ପଖନମୁଣ୍ଡାରେ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିବସୀୟ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶ ଶିକ୍ଷାକୁ ସରସ ସୁନ୍ଦର କରିବା ପାଇଁ ସ୍ୱଳ୍ପ ମୂଲ୍ୟ ଓ ବିନା ମୂଲ୍ୟ ଶିକ୍ଷଣ ସାମଗ୍ରୀ ତିଆରି କାର୍ଯ୍ୟଶାଳା ୨୦ ଓ ୨୧ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟଶାଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ମନୋଜ କୁମାର ତାଣ୍ଡୀ, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ସାଧନକର୍ମୀ ବିଜୁଦାସ ମହାନନ୍ଦ, ନରେଶ ତାଣ୍ଡୀ, ସୁରଜ ଛତ୍ରିଆ ଯୋଗ ଦେଇଥିଲେ । କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ କାର୍ଯ୍ୟଶାଳା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ବିଭିନ୍ନ ବିଦ୍ୟାଳୟରେ ଏଭଳି କାର୍ଯ୍ୟ କରିବା କଥା ବୋଲି କହିଥିଲେ ।ଛାତ୍ରଛାତ୍ରୀମାନେ ନିଜେ ନିଜେ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ । ଋତୁଚକ୍ର, ଅକ୍ଷର ଶିକ୍ଷା, ବିଭିନ୍ନ ଜ୍ୟାମିତିକ ଆକାର ଭଳି ଶିକ୍ଷଣ ସାମଗ୍ରୀ ଗୁଡିକୁ ବିଭିନ୍ନ ରଂଗ, କାଗଜ, ଅଠା, ଶସ୍ୟ ଆଦି ବ୍ୟବହାର କରି ଆକର୍ଷଣୀୟ ଭାବରେ ତିଆରି କରିଥିଲେ ।

Leave A Reply

Your email address will not be published.