csstore

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ନାଥ ମିଶ୍ରଙ୍କ ବେଦମନ୍ତ୍ର ପାଠରେ ଦ୍ୱିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ରହିଥିବା ବେଳେ ସମ୍ମାନିତ ଅତିଥି ଡ଼ଃ ସୁଶାନ୍ତ କୁମାର ଦାସ ଉପନିର୍ଦ୍ଦେଶକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବ୍ରହ୍ମପୁର, ଅନ୍ୟାନ୍ୟ ସମ୍ମାନିତ ଅତିଥି ଡ଼ଃ ରବୀନ୍ଦ୍ର କୁମାର ପ୍ରଧାନ ଆସିଷ୍ଟାଣ୍ଟ ପ୍ରଫେସର ସ୍ୱୟଂ ଚାଳିତ ସରକାରୀ ବାଳିକା ମହାବିଦ୍ୟାଳୟ ବ୍ରହ୍ମପୁର, କ୍ରୀଡା ଅଧିକାରୀ ଡ଼ଃ ରଞ୍ଜନ କୁମାର ଦାଶ ବାଣିଜ୍ୟ ପ୍ରାଧ୍ୟାପକ, ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଦାନ କରିଥିଲେ । ପ୍ରିନସିପାଲ ପ୍ରସାଦ ରାଓ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଇଂରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଡାଟା ଏଣ୍ଟ୍ରି ଅପରେଟର କାଳିଆ ବେହେରା ଏବଂ କ୍ରୀଡା ଶିକ୍ଷକ ବିରେନ କୁମାର ତ୍ରିପାଠୀ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ପୂର୍ବରୁ ପ୍ରସ୍ତୁତି ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ । ଶେଷରେ ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଏଥିରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.