ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଧାରଣ ସଭାରେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କମିଟି ସଭାପତି ମଂଜେସ ମେହେର, ଏସଡିଓ ରାଧେଶ୍ୟାମ ମେହେର, ଏସଡିଓ କେଶବ ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ଶରତ ଚନ୍ଦ୍ର ସିଂ ଭୋଇ, ପାଣି ପଞ୍ଚାୟତ ସଭାପତି କ୍ଷୀରଧର ସୋନି, ଏବିଓ ଜୟନ୍ତ ପ୍ରଧାନ, ଚମାର ମେହେର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ଜିତାମିତ୍ର ବିଶି ମଞ୍ଚ ସଂଯୋଜନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା, ମୁରିବାହାଲ, ଟିଟିଲାଗଡ଼, ତୁରେକେଲା ବ୍ଲକର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରବନ୍ଧ, ସାଧାରଣ ଜ୍ଞାନ, ବକ୍ତୃତା, ହସ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୧ ତାରିଖରେ ପୁରସ୍କୃତ କରାଯିବ ଓ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରାବେ ବୋଲି ଜଣାପଡିଛି । ଏଥିରେ ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆରସିସି ଜିତାମିତ୍ର ବିଶି, ଡ଼. ନାରାୟଣ ମିଶ୍ର, ତେତେଲପଡା ସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଭୋଇ, ସିଆରସିସି ନଲ ଭୋଇ, ସିଆରସିସି ରାଜକୁମାର ମହରା, ଦେବଜାନୀ ତାଣ୍ଡି, ଶିକ୍ଷୟିତ୍ରୀ ମମତା ମେହେର, ଚୈତନ୍ୟ ମହାନନ୍ଦ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.