jayashree

ଗଣବଳାତ୍କାର ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନୂଆପଡା, (କେପିଏନ୍‌ଏସ୍‌) : ଜଣେ ମହିଳାଙ୍କୁ ଗଣବଳାତ୍କାର କରିବା ମାମଲାର ବିଚାର କରି ଜିଲ୍ଲା ଦୌର ଓ ଦେୱାନୀ ଜଜ୍‌ ସଂଗ୍ରାମ କେଶରୀ ପଟ୍ଟନାୟକ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ପୁଣି ୩ ମାସ ଆହୁରି ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନସ୍ଥ ଏକ ଗାଁର ଜଣେ ମହିଳା ଗତ ୨୦୨୧ ଅଗଷ୍ଟ ୧୦ ତାରିଖରେ ଗାଁ ନିକଟ ପୋଖରୀକୁ ଏକାକୀ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଗାଁର ବିଶ୍ୱବିହାରିସିଂ ମାଝି ଓ ବରୁଣ ମାଝି ମହିଳାଙ୍କୁ ମାଡ଼ମାରି ନିକଟ ଜଙ୍ଗଲକୁ ଟେକି ନେଇଥିଲେ । ସେଠାରେ ଉଭୟ ଯୁବକ ମହିଳାଙ୍କୁ ଗଣବଳାତ୍କାର କରିବା ସହ ଚେତାଶୂନ୍ୟ ଅବସ୍ଥାରେ ଛାଡି ଦେଇ ଚାଲି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ମହିଳାଙ୍କ ସ୍ୱାମୀ ଗାଁ ପୋଖରୀକୁ ଖୋଜିବାକୁ ଯାଇଥିଲେ । ଏହି ପୋଖରୀ ନିକଟ ଜଙ୍ଗଲରେ ମହିଳା ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରିଥିଲେ ।

Leave A Reply

Your email address will not be published.