ପିପିଲି ନିର୍ବାଚନ ମଣ୍ଡଳୀ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁମିଳନ-୨୦୨୩

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ମାଣିକ ଗାର୍ଡେନ ମଣ୍ଡପଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋକ ପ୍ରିୟ ଯୁବ ବିଧାୟକ ରୂଦ୍ରପ୍ରତାପ ମହାରଥୀ ଯୋଗଦେଇ ସାମ୍ବାଦିକମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ ଜାରି ରହିଲେ ରାଜ୍ୟରେ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକ ସରସ ସୁନ୍ଦର ବିକାଶଶୀଳ ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ନାୟକ, ପ୍ରସନ୍ନ କୁମରା ତ୍ରିପାଠୀ, ରାଜକିଶୋର ସ୍ବାଇଁ, ପ୍ରଦ୍ୟୁମ୍ନ ସୁବୁଧି, ସନ୍ତୋଷ କୁମାର ପଟ୍ଟନାୟକ, ଦୁର୍ଗାମାଧବ ମିଶ୍ର, ଚନ୍ଦ୍ରମାଧବ ମିଶ୍ର, ବିଜୟ କୁମାର ମହାପାତ୍ର, ଦିଲ୍ଲୀପ କୁମାର ଧାଉଡିଆ, ଚନ୍ଦ୍ରଶେଖର ବିଶ୍ବାଳ, ଦିତିକୃଷ୍ଣ ପଟ୍ଟନାୟକ, ଅରୁଣ କୁମାର ରାଉତ, ଦେବାଶିଷ ସିଂହରାୟଣ, ବିଭୁତି ଭୁଷଣ ମହାପାତ୍ର, ମନୋରଞ୍ଜନ ମହାପାତ୍ର ସଞ୍ଜୟ କୁମାର ପ୍ରଧାନ, ରଶ୍ମୀରଞ୍ଜନ ପ୍ରଧାନ, ସନ୍ତୋଷ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ପ୍ରତାପ ବାରିକ, ଚିତ୍ତରଞ୍ଜନ ଜେନା, ଅନିମାଞ୍ଜଳି ମିଶ୍ର, ଗଗନ ଖଟେଇ, ନିରଞ୍ଜନ ନାୟକ, ପ୍ରଦୀପ ରଞ୍ଜନ ବିଶ୍ୱାଳ, ପ୍ରଦୀପ୍ତ କୁମାର ନାୟକ, ବିଶ୍ଵଜିତ ପାଢୀ, ଶୁଭଲକ୍ଷ୍ମୀ ସେନାପତି, ହିମାଂଶୁ ମହାପାତ୍ର ପ୍ରମୁଖଙ୍କ ସହିତ ପିପିଲି-ଡେଲାଙ୍ଗ ବ୍ଲକର ବହୁ କାର୍ଯ୍ୟରତ ସାମ୍ବାଦିକ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସାମ୍ବାଦିକ ବିଜୟ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ, ଯୁବ ବିଜେଡି ରାଜ୍ୟ ସଂପାଦକ ବିଶ୍ୱଜିତ ଦାଶ ପ୍ରମୁଖ ସୁପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସାମାଜିକ ନିରାପତ୍ତା, ସୁରକ୍ଷା, ପେନ୍‌ସନ ଓ ଅନ୍ୟାନ ସରକାରୀ ସୁବିଧା ନେଇ ବିଧାୟକ ଶ୍ରୀ ମହାରଥୀଙ୍କୁ ଅବଗତ କରିଥିଲେ । ଶେଷରେ ସାମ୍ବାଦିକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.