ବଲାଙ୍ଗିର ଲର୍କିପାଲି ୧୯୮୧ ମସିହା ବ୍ୟାଚ୍‌ ଗ୍ରାମସେବକ ତାଲିମ କେନ୍ଦ୍ରର ବନ୍ଧୁମିଳନ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାଠାରେ ଲର୍କିପାଲି ୧୯୮୧ ମସିହା ବ୍ୟାଚ ଗ୍ରାମସେବକ ତାଲିମ କେନ୍ଦ୍ରର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସାଲେଭଟା ଚଣ୍ଡୀମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସଭାରେ ସୁରେନ୍ଦ୍ର ନେଗି ସଭାପତି୍‌ତ୍ୱ କରିଥିଲେ । ଜଗବନ୍ଧୁଦାଶ ଖମାରୀଶର୍ମା (୯୧ବର୍ଷ) ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ମାଧବ ତ୍ରିପାଠୀ, ରତ୍ନାକର ମିଶ୍ର, ପଦ୍ମଲୋଚନ ପଣ୍ଡା, ପଙ୍କଜ ମେହେର, ବିନୋଦ ଦାଶ ଓ ଯଶୋବନ୍ତ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ବଲାଙ୍ଗିର ଲର୍କିପାଲି ଗ୍ରାମସେବକ ତାଲିମ କେନ୍ଦ୍ରର ୧୯୮୧ ମସିହା ବ୍ୟାଚରେ ଓଡିଶାର ବିଭିନ୍ନ ପ୍ରାନ୍ତର ୧୪୮ ଜଣ ବିଦ୍ୟାର୍ଥୀ ଗ୍ରାମସେବକ ତାଲିମ ଗ୍ରହଣ କରିଥିଲେ । ଭୁବନେଶ୍ୱର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବଲାଙ୍ଗିର, ବରଗଡ, ସମ୍ବଲପୁର, ଭବାନିପାଟଣା, ନୟାଗଡ, ବାରକୋଟ, ରେଢ଼ାଖୋଲ ଆଦି ଅଂଚଳରୁ ୬୮ଜଣ ଏଥିରେ ଯୋଗଦାନ କରିଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ଇହଧମ ତ୍ୟାଗ କରିଥିବାରୁ ତାଙ୍କର ଆତ୍ମାର ସତ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ୧୯୮୧ ବ୍ୟାଚ ଗ୍ରାମସେବକ ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରିଥିବା ଜଗବନ୍ଧୁଦାଶ ଖମାରୀଶର୍ମାଙ୍କୁ ଗୁରୁ ଆକାରରେ ମାନପତ୍ର ଉପଢେ଼ାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସେ ସମୟରେ ତାଲିମ ପ୍ରଦାନ କରିଥିବା ତାଲିମଦାତାଙ୍କ ମଧ୍ୟରୁ ଶ୍ରୀ ଖମାରୀଶର୍ମା ଜଣେ ମାତ୍ର ଜୀବିତ ରହିଛନ୍ତି । ତାଙ୍କର ଅଭିଭାଷଣ ସମସ୍ତଙ୍କୁ ବିମୋହିତ କରିଥିଲା । ଉକ୍ତ ବନ୍ଧୁମିଳନରେ ଉପସ୍ଥିତ ଥିବା ସମସ୍ତେ ନିଜନିଜର ପରିଚୟ ପ୍ରଦାନ କରି ନିଜର ଅତୀତ ଓ ବର୍ତମାନର ଅନୁଭୂତି ବର୍ଣ୍ଣନା କରିଥିଲେ ଯାହା ସମସ୍ତଙ୍କୁ ହାସ୍ୟରସାତ୍ମକ ପରିବେଶ ସୃଷ୍ଟ କରିଥିଲା । ଆଜିର ଏହିଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜାନୁୟାରୀ ଦ୍ୱିତୀୟ ସପ୍ତାହ ବୁଧୁବାର ୧୯୮୧ ବ୍ୟାଚର ବନ୍ଧୁମିଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ନବକିଶୋର ଦାଶ ସଭା ସଂଯୋଜନା କରିଥିଲେ । ଧନମତ ହରପାଲ, ଶଶିଭୁଷଣ ଥନାପତି, ଟିକେଶ୍ୱର ଭରାସାଗର, ବିଜୟ କୁମ୍ଭାର, ଡୋଲାମଣୀ ସେଠ ଓ ଚୁଡାମଣି ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.