jsm

ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମରେ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଠାରେ ଆଜି ବୌଦ୍ଧ ଜିଲ୍ଲା ଜର୍ନାଲିଷ୍ଟ ପକ୍ଷରୁ ଅନ୍ତେବାସୀମାନଙ୍କୁ ସ୍କୁଲ ବ୍ୟାଗ୍‌ ଓ ପାଠାଗାର ପାଇଁ ପୁସ୍ତକ ଓ ଆଲମାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଏହି ଅବସରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକାରୀ ପ୍ରହଲ୍ଲାଦ ସାଇ ମିନା, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜର୍ନାଲିଷ୍ଟ ଫର୍ମର ସଭାପତି ଦିବ୍ୟଶଙ୍କର ରାଉତ ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ଯୁଗଳକିଶ୍ୱର ସାମଲ ସ୍ୱାଗତ ଭାଷଣ ଦେଇଥିଲେ ।

yuvodaya
Leave A Reply

Your email address will not be published.