ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ବାହାରେ ଦିନେ ଚାଲ ଦିବସ’ ଅବସରରେ ଶୁକ୍ରବାର ଡେଲାଙ୍ଗର ସାମ୍ବାଦିକମାନେ ବୁଲିବା ଚାଲିବା ସହିତ ବ୍ୟାୟାମ କରିଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜାନୁୟାରୀ ୨୦ ତାରିଖରେ ପଡେ ‘ବାହାରେ ଦିନେ ଚାଲ ଦିବସ’ । ବାହାରେ ଚାଲିବା ବୁଲିବା ସର୍ବଦା ସ୍ୱାସ୍ଥ୍ୟ ପକ୍ଷେ ଶ୍ରେୟସ୍କର, କାରଣ ଏକ ଟ୍ରେଡମିଲରେ ବ୍ୟାୟାମ କରିବା ଅପେକ୍ଷା ସ୍ୱାସ୍ଥ୍ୟ ପ୍ରତି ଏଥିରେ ଅଧିକ ଫାଇଦା ମିଳିଥାଏ । ବାହାରେ ଖୋଲା ଆକାଶ ତଳେ ବୁଲିବା ଦ୍ୱାରା ଶରୀରକୁ ଭିଟାମିନ୍ ଡି ମିଳିଥାଏ ଯାହା ହାଡ ଏବଂ ମାଂସପେଶୀ ବୃଦ୍ଧି ପାଇଁ ଲାଭଦାୟକ ଅଟେ । କେବଳ ସକାଳର ସୂର୍ଯ୍ୟ ହିଁ ଭିଟାମିନ୍ ଡି ସୃଷ୍ଟି କରିଥାଏ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ଧାଉଡିଆ, ଚିତ୍ତରଞ୍ଜନ ଜେନା, ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଆଜି ‘ବାହାରେ ଦିନେ ଚାଲ ଦିବସ’ ପାଳନ ସହ ବାହାରେ ବୁଲିବା ଚାଲିବା ବ୍ୟାୟାମ କରିବା ସହିତ ଶରୀର ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ ।
Prev Post