ଆଜି ହିମାଚଳ ପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା

ସିକିମ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବୁଧବାର ହିମାଚଳ ପ୍ରଦେଶରେ ପ୍ରବେଶ କରିବ । ଏହା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଙ୍ଗଳବାର ଇନ୍ଦୋରା ନିକଟସ୍ଥ ମାନସେର ଟୋଲ ପ୍ଲାଜାରେ ବ୍ୟବସ୍ଥାର ସମୀକ୍ଷା କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଭାରତ ଯୋଡୋ ଯାତ୍ରା ହିମାଚଳ ପ୍ରଦେଶରେ ୨୪ କିଲୋମିଟର ଦୂରତା ଅତିକ୍ରମ କରିବ । କାର୍ଯ୍ୟକ୍ରମ ଅନୁଯାୟୀ, ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଲୋକଙ୍କ ସହ ଯୋଗାଯୋଗ କରିବେ ଏବଂ ମଲୋଟ ଗ୍ରାମରେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିବେ । ଯାତ୍ରାରେ ମୁଖ୍ୟମନ୍ତ୍ରୀ ସୁଖୁ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ, କାର୍ଯ୍ୟାଳୟର ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ସମସ୍ତ ୪୦ ଜଣ ବିଧାୟକ ସାମିଲ ହେବେ ।

Leave A Reply

Your email address will not be published.