jsm

ବଲାଙ୍ଗିର ଜିଲ୍ଲାକୁ ମିଳିଲା ‘ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ୍‌ ଗଭର୍ଣ୍ଣାନ୍ସ’ ଆୱାର୍ଡ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ତୃତୀୟ ଲିଙ୍ଗମାନଙ୍କ କଲ୍ୟାଣ ନିମନ୍ତେ ତଥା ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ସଫଳ ଅନ୍ତର୍ଭୂକ୍ତିକରଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବଲାଙ୍ଗିର ଜିଲ୍ଲା ‘ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ୍‌ ଗଭର୍ଣ୍ଣାନ୍ସ’ ଆୱାର୍ଡ ନିମନ୍ତେ ମନୋନୀତ ହୋଇ ସମଗ୍ର ଦେଶର ବିଭିନ୍ନ ଜିଲ୍ଲାରୁ ଆସିଥିବା ମନୋନୟନ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ ‘ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ୍‌ ଗଭର୍ଣ୍ଣାନ୍ସ’ ଆୱାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଗତକାଲି ନୂଆଦିଲ୍ଲୀ ସ୍ଥିତ ଓବେରାଇ ହୋଟେଲ ଠାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଆୱାର୍ଡ ଗ୍ରହଣ କରିଛନ୍ତି । ଯୋଜନା ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲାକୁ ସର୍ବଭାରତୀୟ ସ୍ତରରେ ମିଳିଥିବା ଏହି ଆୱାର୍ଡ ଜିଲ୍ଲାକୁ ଗୌରବାନ୍ଵିତ କରିଛି ।

yuvodaya
Leave A Reply

Your email address will not be published.