କୋକସରା : କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ୍ ଫୁଟବଲ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ପଡ଼ିଆର ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସୀତାରାମ ଅଗ୍ରୱାଲ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ଆଦିବାସୀ ସଂଘ ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସରପଞ୍ଚ ଚଞ୍ଚରାଗୁଡା ପଞ୍ଚାୟତ ରଞ୍ଜୁ ଭତ୍ରା, ଆମପାଣି ପଞ୍ଚାୟତ ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ନବରଙ୍ଗପୁର ଜିଲ୍ଲା କୁସୁମବନ୍ଧ ଓ ଟେମରା ଦଳ ମଧ୍ୟରେ ହୋଇଥିଲା । ୧/୦ ଗୋଲରେ କୁସୁମବନ୍ଧ ଦଳ ଫାଇନାଲରେ ଚାମ୍ପିୟାନ ହୋଇଛି । ଖେଳକୁ ଚିତ୍ତରଂଜନ ଠାକୁର ଓ ଜଗମୋହନ ମାଝୀ, ଶଙ୍କର ପୋଢ଼ ପରିଚାଳନା କରିଥିଲେ । ମ୍ୟାଚର ଧାରାବିବରଣୀ ଈଶ୍ବରୀ ପ୍ରସାଦ ଅଗସ୍ତି ଏବଂ ନରେନ୍ଦ୍ର ଧ.ମାଝୀ ପ୍ରଦାନ କରିଥିବା ବେଳେ ସୁଧୀର ଧ.ମାଝୀ ମଞ୍ଚ ପରିଚାଲନା କରିଥିଲେ । ବିଜୟୀ ଓ ରନର୍ସ ଅପ ଦଳକୁ ଅତିଥିମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ନେତାଜୀ ଯୁବକ ସଂଘର ସଦସ୍ୟ ସନାତନ ପଣ୍ଡା ସୁବାଷ ବେହେରା ଅମିତ କୁମାର ପଣ୍ଡା, ମଣ୍ଟୁ ନାଏକ ଓ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଖେଳକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିରିମୁହାଣ ଗ୍ରାମର ଆଦିବାସୀ ନୃତ୍ୟ ଢେମସା ପରିବେଷଣ କରାଯାଇଥିଲା ।