ମୋହନଗିରି ଠାରେ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • ନୟାଗଡ଼ ଦଳ ୨ ରନ୍‌ରେ ବିଜୟ
  • ୨୨ ତାରିଖରେ ଫାଇନାଲ ମ୍ୟାଚ୍‌

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଆଜି ରବିବାର ଦିନ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୮ଗୋଟି ଜିଲ୍ଲାର ଦଳମାନେ ଅଂଶଗ୍ରହଣ କରିଥିବା ବେଳେ ଆଜିର ପ୍ରଥମ ଦିନରେ ରାୟଗଡ଼ା ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୮ ଓଭର୍‌ ୭ ୱିକେଟ ହରାଇ ୨୭୮ ରନ୍‌ କରିଥିଲେ । ନୟାଗଡ଼ ଦଳ ୧୮ ଓଭର୍‌ରେ ୮ ୱିକେଟ ବିନିମୟରେ ୨୮୧ ରନ୍‌ କରି ୨ ରନ୍‌ରେ ବିଜୟ ଲାଭ କରିଥିଲେ । ଜ୍ୟୋତି ରଞ୍ଜନ ମାଝୀ ମେନ୍‌ ଅପ ଦି ମ୍ୟାଚ୍‌ର ହକଦାର ହୋଇଥିଲେ । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଙ୍ଗଦେଓ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଗୋକୁଳ ଚନ୍ଦ୍ର ବିଶ୍ୱାଳ, ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧାରୁଆ, ସିଙ୍ଗପୁର ସରପଞ୍ଚ ଉଚ୍ଚବ ପଧାନ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଧୀରେନ୍ଦ୍ର ବିଶ୍ୱାଳ ଓ ସତ୍ୟ ନାରାୟଣ ମହାପାତ୍ର ଖେଳ ପରିଚାଳନା, ସୁନୀଲ କୁମାର ଭୋଇ, ଚନ୍ଦ୍ରଭାନୁ ବେହେରା ଓ ଦୈତାରି ମାଝୀ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଜଳେଶ୍ୱର ସାହୁ, ସପନେଶ୍ୱର କର୍ମୀ ଓ ଶଶିକାନ୍ତ ମାଝୀ । ଅନୁଷ୍ଠାନ ସଭାପତି ସୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ସମେତ ସମସ୍ତ ସଦଶ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.