csstore

ବଲାଙ୍ଗିର ୟୁଥ ଏକ୍ସନ କମିଟିର ଷଷ୍ଠ ବାର୍ଷିକ ଉତ୍ସବ

  • ସମଲେଇ ମନ୍ଦିରରେ ବଲାଙ୍ଗିରର ପ୍ରଗତି ପାଇଁ ପ୍ରାର୍ଥନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ ଏକ୍ସନ କମିଟିର ଷଷ୍ଠ ବର୍ଷ ପାଳନ ବଲାଙ୍ଗିର ଅଧିତାଷ୍ଟ୍ରି ମା’ ସମଲେଇ ମନ୍ଦିରରେ ବଲାଙ୍ଗିରର ଶାନ୍ତି ପ୍ରଗତି ଓ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ୟୁଥ ଏକ୍ସନ କମିଟିର ଷଷ୍ଠ ବାର୍ଷିକ ଉତ୍ସବ ବଲାଙ୍ଗିର ସମଲେଇ ମନ୍ଦିର ଠାରେ ବଲାଙ୍ଗିରର ଶାନ୍ତି, ପ୍ରଗତି ଓ ଉନ୍ନତି ପାଇଁ ସର୍ବ ପ୍ରଥମେ ପୂଜାର୍ଚ୍ଚନା ହୋମ କରି ୧୦୮ ଦୀପ ପ୍ରଜ୍ଜଳନ କରି ପ୍ରାର୍ଥନା କରାଯାଇଥିଲା । ଏହା ପରେ ପରେ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରି ନିଆରା ଭାବେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସଞ୍ଜୟ ସାହୁ ଓ ତାଙ୍କ ସ୍ତ୍ରୀ ସବିତା ସାହୁ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମିଟିର ସଭାପତି ବିନୋଦ କାଲସାଏ, ସଂପାଦକ ରିଲୁ ରଥ, ଉପସଭାପତି ପିଙ୍କୁ ବନଛୋର, ରବି ଖମାରୀ, ସମ୍ପାଦକ ପ୍ରତାପ ତ୍ରିପାଠୀ, ସୁରେଶ ଡାଙ୍ଗ, ଉପଦେଷ୍ଟା ପ୍ରଶାନ୍ତ ନାୟକ, ଏଲିୟାସ ଖାନ, ଏକ୍ସନ କମିଟିର ମୁନା ପଟ୍ଟନାୟକ, ଗିରିଷ ସିଂଦେଓ, ଧିରେନ୍ଦ୍ର ନାରାୟଣ ସିଂଦେଓ, ପ୍ରଦୀପ ସାହୁ, ମହିଳା କମିଟିର ଭୂମିସୁତା ନାୟକ, ସଚେତନ ମହିଳା ମଂଚର ନିହାରିକା ମିଶ୍ର, ସୌଦାମିନୀ ପାଣିଗ୍ରାହୀ, ବିଙ୍ଗ ହ୍ୟୁମେନର ସୋମନାଥ ମିଶ୍ର, କନ୍ଦର୍ପ ରଣା, ସ୍ମାଇଲ ଫର ଅଲର ସଞ୍ଜିବ ସାହୁ, ମାତୃଶକ୍ତିର ଶ୍ରୀପଦା ଷଡଙ୍ଗି ଓ ବିଭିନ୍ନ ସଂଗଠନରୁ ରାମ ନାରାୟଣ ଦାଶ, ସରୋଜ ମହାକୁର, ହରିଓମ୍‌ ପଟେଲ, ବଣ୍ଟୁ ବଗର୍ତ୍ତି, ସର ସାହୁ, ରମେଶ ଦୀପ, ସୁଧିର ବାରିକ, ରାଜୁ, ବିବେକ କୁମାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.